ପାନ ପତ୍ର, ଛେଳି ଆଉ ବାଘ କଥା


 


          ଆଦି କାଳର ଲୋକ କଥା । ଥରେ ଜଣେ ଲୋକ ନଦୀ ପାରରେ ଥିବା ନିଜ ଶଶୁର ଘରକୁ ଗଲା । ଆଉ ଶଶୁର ଘରେ କିଛି ଦିନ ଆରାମରେ କଟାଇଲା । ପରେ ଯେତେବେଳେ ସେ ଘରକୁ ଫେରିଲା ଶଶୁର ତାଙ୍କୁ କିଛି ଉପହାର ଦେଇକି ପଠାଇଲେ !! ଉପହାରରେ କ'ଣ ଥିଲା !! ସେଥିରେ ଗୋଟିଏ ପାନପତ୍ର ବିଡା, ଗୋଟିଏ ଛେଳି ଆଉ ଗୋଟିଏ ବାଘଥିଲା !! 

         ଯେତେବେଳେ ସେ ଘରକୁ ଫେରିଲା ତାକୁ ସେ ନଦୀ ଅତିକ୍ରମ କରିବାକୁ ପଡିଲା । ଆଉ ସେ ନଦୀର ବିଶେଷତ୍ବ ଥିଲା ଯେ ସେ  ନଦୀରେ ଏକା ଥରକେ କେବଳ ଗୋଟିଏ ହିଁ ଜିନିଷ ହିଁ ପାରି କରି ନିଆଯାଇ ପାରୁଥିଲା !! ଯଦି ଏକା ସାଙ୍ଗରେ ଦୁଇଟି ଜିନିଷ ନେଇ ପାରି କରାଯାଏ, ତେବେ ଡଙ୍ଗାଟି ବୁଡି ଯାଉଥିଲା !!

         ଲୋକଟି ପାଖରେ ଦଉଡି ନ ଥିଲା । ଯଦି ସେ ପ୍ରଥମେ ବାଘକୁ ନେଇ ଛାଡୁଥିଲା ତେବେ ସେ ପାନପତ୍ରକୁ ଛେଳି ଖାଇଯିବାର ଭୟ ରହୁଥିଲା ! ଆଉ ଯଦି ସେ ପାନ ପତ୍ର ନେଇ ଯାଉଥିଲା ତେବେ ବାଘ ଛେଳିକୁ ଖାଇଯିବାର ଭୟ ରହୁଥିଲା !!!!

          ଉପହାର ଜିନିଷ ଗୁଡିକ ଗୋଟିଏ ଲେଖାଏଁ ପାରକରି ଘରେ ରଖି ଆସୁ ନଥିଲା । ନଦୀ ପାର କଲାପରେ କୂଳରେ ହିଁ ରଖି କି ଆସୁଥିଲା । ଗୋଟିଏ ଲେଖାଏଁ ତିନୋଟିଯାକ ପାରି କଲା ପରେ ଘରକୁ ନେଇକି ଗଲା !!

           ତେବେ ପ୍ରଶ୍ନ ଏହା ଯେ ଲୋକଟି ଡଙ୍ଗାରେ କିପରି ସେହି ତିନୋଟିଯାକ ଉପହାର ଗୁଡିକ ନେଇ ଘରକୁ ଗଲା ????

Newer Posts Older Posts

Related posts

    ADS HERE