ବୌଦ୍ଧ ସାଧୁ ଓ ଶିଷ୍ୟ

ଜଣେ ବୌଦ୍ଧ ସାଧୁ ତାଙ୍କର ଶିଷ୍ୟ ସହିତ ଯାଉଥିଲେ । ବାଟରେ ଶିଷ୍ଯ ଦେଖିଲା କଷକ ତା ' ର ଜମିରେ ହଳ କରୁଛି । ଶିଷ୍ୟ ସେହି ଜମି ପାଖରେ ଚାଷ କାର୍ଯ୍ୟ ନିରୀକ୍ଷଣ କରୁକରୁ ଦେଖିଲା , । ଲଙ୍ଗଳ ମୁନରେ ମାଟି ଭିତରୁ ନାନା କୀଟ ବାହାରି ଆସୁଛନ୍ତି । ମେସାନଙ୍କୁ ପକ୍ଷୀମାନେ ଅଂଟରେ ନେଇ ଖୁସିରେ ଖାଉଛନ୍ତି । ଏହା ଦେଖି ଶିଷ୍ୟଟି ଭାବିଲା ଏସବୁ ନିତାନ୍ତ ଅନ୍ୟାୟ କାର୍ଯ୍ୟ । ନିର୍ଭୟ କୃଷକମାନଙ୍କୁ ଏଥିରୁ ବାରଣ କରିବା ଦରକାର । ସୁତରା ଏ ମାର୍ଗ ଛାଡି ମୁଁ କୃଷକ ହେବି ଓ ପୋକଯୋକ ଯେପରି ନ ମରନ୍ତି ଯତ୍ନ ନେବା ସହିତ କୃଷକ ସମାଜ ଯତ୍ନବାନ ହେବା ପାଇଁ ପରାମର୍ଶ ଦେବି । ଏବେ ବୌଦ୍ଧ ସାଧ ବି ଶିଷ୍ୟର ମନ କଥା ଜାଣି ପକାଇଲେ । ସେ ଶିଷ୍ୟକ କହିଲେ , ତୁମେ ବାବ ଏବେ ତମର ଗଣ୍ଠିଲି ମୋତେ ଦେଇଦିଏ , ଆଉ ତମେ ଆଗେ ଆଗେ ଚାଲି । ମୁଁ ପଛେ ପଛେ ଯିବି । ଏଥର ଶିଷ୍ୟ ଜଣକ ଗୁରୁଙ୍କ କଥା ରହସ୍ୟ କିଛି ବୁଝି ପାରିଲା ନାହିଁ କି ନିଜ ସନ୍ଦେହ ମୋଚନ ପାଇଁ ପଚାରି ପାରିଲା ନାହିଁ । ଗୁରଙ୍କ କଥା ରକ୍ଷା କରି ଗଣ୍ଠିଲି ଗୁରଙ୍କୁ ଦେଇ ଆଗେ ଆଗେ । ଚାଲିଲା ଶିଷ୍ୟ । ବାଟଯାକ ଖାଲି ଭାବୁଥାଏ , ଗୁରୁ ଏଭଳି କାହିଁକି କହିଲେ ? କିଛିବାଟ ଗଲା ପରେ ଶିଷ୍ୟକୁ ଭୋକ ଲାଗିଲା । ସେ ଅତ୍ୟନ୍ତ କ୍ଷୁଧାତୁର ହୋଇଯିବାରୁ ସେ ମନରେ ଭାବିଲା , ପୋକ ଜୋକ କଥା ଚଲିକୁ ଯାଉ , କେଉଁଠି କ ' ଣ ଗଣ୍ଡାଏ ମିଳିଲେ ସେ ଆଗ ଖାଇ ତା ' ର କ୍ଷୁଧା ନିବାରଣ କରନ୍ତୁ । ଏବେ ଗର ଶିଷ୍ୟର ମନୋଭାବ ଜାଣି ପାରିଲେ । ସେ କିଛି ନକହି ନିଦେ ଧରିଥିବା ଗଣ୍ଠିଲିକୁ ଶିଷ୍ୟକୁ ଦେଇ ପୁଣି ଆଗେ ଆଗେ ଚାଲିଲେ । ଏଭଳି ଘଟଣାରେ ଶିଷ୍ୟ ଜଣକ ବିସ୍ମିତ ହୋଇଗଲା । କିଛି ସମୟ ପରେ ଗୁରୁ - ଶିଷ୍ୟ ଦୁହେଁ ଏକ ଗଛମୂଳେ ବିଶ୍ରାମ ନେଲେ ଓ ମଧ୍ୟାହଭୋଜନ ପାଇଁ ଗଣ୍ଠିଲି ଖୋଲିଲେ । ଏଥର ଶିଷ୍ୟଟି ସାହସ କରି ଗରଙ୍କ ପଚାରିଲା , “ ମହାଶୟ ! ଆପଣ ଯେଉଁ ଦୁଇପ୍ରକାର ଅଦେଶ ମୋତେ ଦେଲେ ତା ' ର କାରଣ କ ' ଣ ? " । । ଏଥର ଯୁଦ୍ଧ ବୌଦ୍ଧ ସାଧ କହିଲେ , " ତମେ ଶିଷ୍ୟ ହିସାବରେ ମୋତେ ଅନୁଧାବନ କରିବା କଥା । ମାତ୍ର ମୁଁ ଦେଖିଲି ଯେତେବେଳେ ତୁମେ ଏକାକୀ ସେହି ପୋକକଳ କଥା ଭାବି ମୁଁୟମାଣ । ହୋଇଯାଉଛି , ସେତେବେଳେ ତୁମଠାରେ ବୁଦ୍ଧତ୍ବର ପରିପ୍ରକାଶ ହେଲା , ଅର୍ଥାତ୍ ତୁମେ ଗୁରୁ ପଦବାଚ୍ୟ ହୋଇଗଲେ । ଅର୍ଥାତ୍ ତୁମକୁ ମୋ ଗୁରୁର ଆସନରେ ବସାଇ ପ୍ରଥମ ପ୍ରକାରର ଆଦେଶ ଦେଇଥିଲି । ମାତ୍ର ଯେତେବେଳେ ତମେ ଭୋକ ଦାଉରେ ପୋକକୋକ କଥା ଭୁଲିଗଲ । ସେତେବେଳେ ତୁମଠାରେ ଆଉ ବୁଦ୍ଧତ୍ବ ପରିପ୍ରକାଶ ହେଲା ନାହିଁ । ସୁତରାଂ ତୁମକୁ ଶିଷ୍ୟ ରୂପେ ଗଣ୍ଠିଲି ମୁଣ୍ଡଇ ନେଇ ମୋ ପଛେ ପଛେ ଆସିବାକୁ କହିଲି । "
Newer Posts

Related posts

    ADS HERE